ନଭେମ୍ବର ମାସ ୨୬ ତାରିଖ ୨୦୨୨ ମସିହା(ଶନିବାର)*

 

*🌹🌼👉ମହାବୀର ପଞ୍ଜିକା👈🌼🌹*

 *ଅଦ୍ୟ ନଭେମ୍ବର ମାସ ୨୬ ତାରିଖ ୨୦୨୨ ମସିହା(ଶନିବାର)*

*ଶକାବ୍ଦ -୧୯୪୪* 

*ସମ୍ବତ -୨୦୭୯*

*ଦିଲ୍ଲୀସ୍ୱରାଦ୍ଧ-୧୪୩୦*

*ସମ୍ବତ୍ସର-ଅନଳ*

*ମାର୍ଗଶିର-ଶୁକ୍ଳପକ୍ଷ*

*ତିଥି- ତୃତୀୟା ରାତି ଘ୦୭/୩୪ ଗତେ ଚତୁର୍ଥୀ*

*ନକ୍ଷତ୍ର- ମୂଳା ସନ୍ଧ୍ୟା ଘ୦୩/୩୮ ଗତେ ପୂର୍ବା ଷାଢ଼।*

*ଚନ୍ଦ୍ର- ଧନୁ ପ୍ରାତଃ ଘ୦୬/୦୭ ଗତେ ମକର*

*ଯୋଗ- ଧୃତି*

*କରଣ - ତୈତିଳ*

*ସୌରମାସ- ବିଛା ୧୧ ଦିନ* 

*✧═════•❁❀❁•═════✧*

*ସୁର୍ୟୋଦୟ-ପ୍ରାତଃ ଘ୦୬/୫/୩୯*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୫୦*

*✧═════•❁❀

*ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୭/୩୪ ଗତେ ନୈରୁତେ*

*ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର*

*ବୃଷ,ସିଂହ ଓ କନ୍ୟା ରାଶିର ଘାତବାର*

 *ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

✧═════•❁❀❁•═══

*କାଳବେଳା - ଦିବା ଘ୦୭/୩୦ ମଧ୍ୟେ ଓ ଘ ୦୩/୪୮ ଗତେ ଘ୦୫/୦୨ ମଧ୍ୟେ*

*ବାରବେଳା - ଦିବା ଘ ୧୨/୫୫ ଗତେ ଘ୦୨/୧୮ ମଧ୍ୟେ*

══•❁❀❁•═

*ବିଶୁଦ୍ଧ ଅମୃତ ବେଳ। - ଦିବା  ଘ୦୭/୪୨ ଗତେ ଘ୧୦/୦୬ ମଧ୍ୟେ ଓ ଘ୦୨/୧୯ ଗତେ ଘ୦୩/୪୨ ମଧ୍ୟେ*

*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୧/୪୮ ଗତେ ଘ୦୨/୩୬ ମଧ୍ୟେ**

═✧*══•❁❀❁•═════✧

*ଅଦ୍ୟ ପୋଟଳ ରାତ୍ରି ଘ୦୭/୩୩ ଗତେ ମୂଳା ଭକ୍ଷଣ ନିଷେଧ*

*═✧*══•❁❀❁•═════✧

 *ଡ:ବାୟୁନନ୍ଦନ ମିଶ୍ର*  

 *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* 

*ଅଦୃଶ୍ୟଶକ୍ତି ଭବନ*

*ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭*

*ମୋବାଇଲ-9437064130*

*www.adrushyashaktiastro.com*

*✧═════•❁❀❁•═════✧*  

*🌼🌹꧁ ଆଜିର ରାଶିଫଳ꧂🌹🌼*

    *✧═════•❁❀❁•═════✧*

*🌹ମେଷ🌹👉 ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।*

*✧═════•❁❀❁•═════✧*

*🌹ବୃଷ🌹👉-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।*

*✧═════•❁❀❁•═════✧*


*🌹 ମିଥୁନ🌹👉-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।*

*✧═════•❁❀❁•═════✧*


*🌹କର୍କଟ🌹👉-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।*

*✧═════•❁❀❁•═════✧*


*🌹ସିଂହ🌹👉-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।* 

*✧═════•❁❀❁•═════✧*

*🌹କନ୍ୟା🌹👉-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।*


*✧═════•❁❀❁•═════✧*

*🌹ତୁଳା🌹👉-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।*

*✧═════•❁❀❁•═════✧*


*🌹ବିଛା🌹👉-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।*


*✧═════•❁❀❁•═════✧*

*🌹ଧନୁ🌹👉-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।*

*✧═════•❁❀❁•═════✧*


*🌹ମକର🌹👉-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।*

*✧═════•❁❀❁•═════✧*


*🌹କୁମ୍ଭ🌹👉-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।*


*✧═════•❁❀❁•═════✧*

*🌹 ମୀନ🌹👉-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।*

*✧═════•❁❀❁•═════✧*

Comments

Popular posts from this blog

ମାର୍ଚ୍ଚ ମାସ ୦୬ ତାରିଖ ୨୦୨୩ ମସିହା(ସୋମବାର)*ର ତିଥି, ବାର, ନକ୍ଷେତ୍ର ଓ ରାଶୀଫଳ

ସେପ୍ଟେମ୍ବର ମାସ ୨୦ ତାରିଖ ୨୦୨୩ ମସିହା(ବୁଧବାର)ର ତିଥି, ବାର, ନକ୍ଷେତ୍ର ଓ ରାଶୀଫଳ

ସେପ୍ଟେମ୍ବର ମାସ ୨୧ ତାରିଖ ୨୦୨୩ ମସିହା((ଗୁରୁବାର)